ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ୍ ଅନ୍ତର୍ଗତ ବାଟଗାଁସ୍ଥିତ ସୁକୁମାର ବରାଳ ସ୍ମୃତି ପରିଷଦର ସଭାଗୃହଠାରେ ଓଡିଶା କୃଷକ ସଭାର ଏକ ଗୁରୁତ୍ୱପୂର୍ଣ ବୈଠକ ବରିଷ୍ଠ ଆଇନ୍ଜ୍ଞ ଦିଲ୍ଲୀପ କୁମାର ବରାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ କଙ୍କଡାହାଡର ପ୍ରାୟ ୫୦ରୁ ଅଧିକ ଚାଷୀ ଯୋଗଦେଇଥିଲେ । ଉକ୍ତ ବୈଠକରେ କୃଷକମାନଙ୍କର ମୌଳିକ ସମସ୍ୟା ନେଇ ବିଗତ ବିସ୍ତୃତ ଆଲୋଚନା ହେବା ସହ ତା'ର ପ୍ରତିକାର ପାଇଁ କୃଷକ ସଭା ତରଫରୁ ଚାଷୀ ସଂଗଠନ ଗଢିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଉକ୍ତ ବୈଠକରେ ଓଡିଶା କୃଷକ ସଭାର ରାଜ୍ୟ ସଭ୍ୟ ବଦ୍ରିନାରାୟଣ ଦାସ, ଢେଙ୍କାନାଳ ଜିଲ୍ଲା କୃ