ଜାତୀୟ ରାଜପଥର ଜାମଟାଲ ଠାରେ ଦିନ ଦ୍ବିପହରରେ ବୁଲୁଛନ୍ତି ହାତୀ ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ଯୁଯୁମୁରା ନିକଟ ଜାମଟାଲ ଠାରେ ମଙ୍ଗଳବାର ସକାଳ ୯ ଟା ସମୟରେ ଦୁଇ ଟିକିଆ ହାତୀ ପଲ ରାଜ ପଥ ଉପରେ ଦେଖିବାକୁ ମିଳିଛି ।ଗୋଟିଏ ଦନ୍ତାହାତୀ ଓ ଏକ ଛୁଆ ହାତୀ ରାସ୍ତା ଅତିକ୍ରମ କରିଥିଲେ । ଫଳରେ ରାସ୍ତା ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ତେବେ ଦିନ ଦ୍ବିପହରରେ ହାତୀ ମାନେ ରାଜ ରାସ୍ତା ଉପରେ ବୁଲୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।