ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଲ୍ଦା ଓ ପତ୍ରାପାଲି ଗ୍ରାମବାସୀଙ୍କ ସ୍ଥାନୀୟ ନିଯୁକ୍ତି ପାଇଁ ପ୍ରଶାସନ ଏବଂ ଏନଏଲସି ମଧ୍ୟରେ ଅନୁଷ୍ଠିତ ହେଲା ବୈଠକ l ଆଜି ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ l ମଲଦା ଏବଂ ପତ୍ରାପାଲି ର ବିଭିନ୍ନ ଖଣି ବିସ୍ଥାପିତ, କ୍ଷତିଗ୍ରସ୍ତ, ପ୍ରଭାବିତ ଲୋକେ ଯେପରି ନିଯୁକ୍ତି ରୁ ବଞ୍ଚିତ ନେହେବେ ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ l