ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଭିଖମପାଳି ଠାରେ ଗତ ଅକ୍ଟୋବର ମାସ ୨୮ ତାରିଖରେ ହୋଇଥିବା ଟ୍ରକ ପିକଅପ ଦୁର୍ଘଟଣା ରେ ଜଣେ ମହିଳା ଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ଦୁଇଜଣ ଡ୍ରାଇଭରକୁ ଗିରଫ କରି ରେଙ୍ଗାଲି ଥାନା ପୋଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ରାଇଗଡ଼ ଜୁଟମେଲ ଥାନା ଅଞ୍ଚଳର ସୁରେସ ମହିଲାନୀ ଏବଂ ସରୋଜ କୁମାର ଗୁପ୍ତାକୁ ରେଙ୍ଗାଲି ପୋଲିସ ତରଫରୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିବା ନେଇ ରେଙ୍ଗାଲି ପୋଲିସ ତରଫରୁ ଆଜି ରାତି ନଅଟା ସମୟରେ ସୂଚନା ଦିଆଯାଇଛି। ତେବେ ଗତ ଅକ୍ଟୋବର ମାସ ୨୮ ତାରିଖରେ ଟ୍ରକ ପିକଅପ ମଧ୍ୟରେ ଧକ୍କା ହୋଇଥିଲା