ନର୍ଲା: କର୍ଲାମୁଣ୍ଡା ବ୍ଲକ ସ୍ଥିତ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାର ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ଗୁରୁବାର ପୂର୍ବାହ୍ନ ୧୦ ଘଣ୍ଟା ଠାରୁ ରାତ୍ରି ଆଠ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତି ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ବ୍ଲକ ର ୭୬ ଟି ବିଦ୍ୟାଳୟ ର ୨୯୫ ଜଣ ଛାତ୍ରୀ ଛାତ୍ର ୩୦ ପ୍ରକାର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।