ଦେବଗଡ ପୁରୁଣା ଚିକିତ୍ସାଳୟରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଆନ୍ଦୋଳନ ତିବ୍ରତର ହେବାକୁ ଯାଉଛି । ଦେବଗଡ ଜିଲ୍ଲା ଯୁବ ଏକତା ମଂଚ ପକ୍ଷରୁ ଉକ୍ତ ଆନ୍ଦୋଳନରେ ସାମିଲ ହେବା ପାଇଁ ଦେବଗଡ ସହରର ସାହି ସାହିରେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି । ଏଥିସହ ଶନିବାର ସନ୍ଧ୍ୟା ପ୍ରାୟ ୭ ଟାରେ ଦେବଗଡ ଜିଲ୍ଲା ଯୁବ ଏକତା ମଂଚ ଆହ୍ୱାନ କ୍ରମେ ସେଂଟର ଫର କଲଚର କଲ୍ୟାଣ ମଣ୍ଡପରେ ଏକ ବୈଠକର ଆୟୋଜନ କରାଯିବା ସହିତ ଆନ୍ଦୋଳନର ରୂପରେଖ ଉପରେ ଆଲୋଚନା କରାଯାଇଥିଲା ।