ମଙ୍ଗଳବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ବରଗଡ଼ ଜିଲ୍ଲାର ଚାଉଳ ଉଠାଣକୁ ବୃଦ୍ଧି କରିବା ପାଇଁ ଦାବିପତ୍ର ପ୍ରଦାନ କଲେ ବରଗଡ଼ ଜିଲ୍ଲାର ବିଧାୟକ ଓ ସାଂସଦ | ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁରର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ସାଂସଦ ଓ ବିଧାୟକଗଣ, କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀଙ୍କୁ ଭେଟି ୨୦୨୪–୨୫ ଖରିଫ ଓ ରବି ଋତୁ ପାଇଁ କେନ୍ଦ୍ରୀୟ ଭଣ୍ଡାରରେ ଓଡ଼ିଶାର ଉଷୁନା ଚାଉଳର ଉଠାଣ ସୀମା ୨୦ LMT ରୁ ୨୫ LMTକୁ ବୃଦ୍ଧି କରିବା ସମ୍ବନ୍ଧରେ ଆଲୋଚନା କରି ଏକ ଦାବିପତ୍ର ହସ୍ତାନ୍ତର କରିଥିଲେ |