ଅନୁଗୋଳ: ଅନ୍ତୁଳିଆରେ ଥିବା ଗଦଗଦା ଜଳ ପ୍ରପାତକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପ୍ରଦାନ ପାଇଁ ଜିଲାପାଳଙ୍କୁ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ଟୁନା ସାହୁ
Anugul, Angul | Oct 22, 2025 ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲା ପ୍ରାକୃତିକ ପରିବେଶରେ ମଧ୍ଯ ପରିପୂର୍ଣ୍ଣ। ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନୁଗୋଳ ଜିଲ୍ଲାକୁ ଆସିଥାନ୍ତି। ଶୀତ ଦିନେ ସାତକୋଶିଆ ଅଭୟାରଣ୍ୟକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ଜିଲ୍ଲାରେ ପ୍ରାକୃତିକ ପରିବେଶକୁ ଉନ୍ନତି କରଣ କରିବା ପାଇଁ ଅନେକ ଗୁଡ଼ିଏ ଜାଗା ରହିଛି। ସେଥି ମଧ୍ୟରୁ ହିଂସାଲୋଇ ଗ୍ରାମ ନିକଟରେ ଥିବା ଗଦଗଦା ଜଳପ୍ରପାତ ଅନ୍ୟତମ। ଅନୁଗୋଳ ବ୍ଲକ ଅନ୍ତୁଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଂସାଲୋଇ ଗ୍ରାମ ନିକଟରେ ରହିଛି ଏହି ଜଳପ୍ରପାତ। ଶୀତଦିନେ ଶହ ଶହ ପର୍ଯ୍ୟଟକ