ଝାରସୁଗୁଡ଼ା ଜିଲ୍ଲାରେ ୯୯ଟି ନୂତନ ମତଦାନ କେନ୍ଦ୍ର ଗଠନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭାରତ ନିର୍ବାଚନ ଆୟୋଗ ଅନୁମୋଦନ କରିଛି l ଆଜି ଅପରାହ୍ନ ୫ ଟା ରେ ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି l ଏହି ପଦକ୍ଷେପ ଦ୍ୱାରା ମତଦାନ ସମୟର ଲୋକମାନଙ୍କର ଭିଡ଼ କମିବା ସହିତ ଭୋଟଦାନ କେନ୍ଦ୍ରର ଦୂରତା ବହୁମାତ୍ରାରେ ହ୍ରାସ ପାଇବ ଯାହାଦ୍ୱାରା ଜ଼ିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ବୋଲି ଜିଲ୍ଲା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ଜିଲ୍ଲାରେ ପୂର୍ବରୁ ୫୧୬ଟି ମତଦାନ କେନ୍ଦ୍ର ରହିଥିଲା। ତେବେ ଏହି ୯୯ଟି ନୂତନ କେ