କୁଚିଣ୍ଡା: କୁଚିଣ୍ଡା କଲେଜରେ ଶକ୍ତିଶ୍ରୀ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ମହିଳା ଓ ଛାତ୍ରୀ ମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଶନିବାର ଦିନ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ମଞ୍ଜୁଶ୍ରୀ ଦାଶ ଯୋଗଦେଇଥିଲେ। କଲେଜ୍ ଅଧ୍ୟକ୍ଷ ମନୋଜ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ମମତା ସାହୁ ଓ ଖୁର୍ସିଦହାରା ବେଗମ ପ୍ରମୁଖ ମଞ୍ଚାସୀନ ରହି ନାରୀ ମାନଙ୍କ ପାଇଁ ସୁରକ୍ଷିତ ପରିବେଶ କରିବା ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ।