ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଆଜି ଦିନ ପ୍ରାୟ ୨ ଟାରେ ରିଆମାଳ ବ୍ଲକ ନାଉଲିପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରି ଗୋପାଳନ, କୁକୁଡ଼ା ପାଳନ ଆଦି ପ୍ରକଳ୍ପ ତଦାରଖ କରିଛନ୍ତି। ନାଉଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଜଟିଆନାଳୀ ଗ୍ରାମର ମିନା ସାହୁ କରିଥିବା କାମଧେନୁ ଯୋଜନାର ଗୋପାଳନ ଚାଷ, ଝରଣା ପ୍ରଧାନଙ୍କ ଗୋପାଳନ ଚାଷ, କଙ୍କରଖୋଳ ଗ୍ରାମର ମା ହିଙ୍ଗୁଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ୨୦୦୦ ବ୍ରଏଲର କୁକୁଡ଼ା ପାଳନ, ତେଲିମୁଣ୍ଡା ଗ୍ରାମର ମା ହିଙ୍ଗୁଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଦ୍ଵାରା ଚିଆଁ ଉତ୍ପାଦନ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ।