ମାଲକାନଗିରି: ପୌର ଅଧିକାରୀଙ୍କ ସହ ଏକ ଆଲୋଚନା ଓ ଦାବିପତ୍ର ଦେଲେ ଭାରତୀୟ ସନାତନୀ ପରିବାରର, ଏନେଇ ମତ ରଖିଲେ ସଙ୍ଗଠନର ସଭାପତି ବାଲାଜି
ମାଲକାନଗିରି ପୌରପରିଷଦ ଅଧିକାରୀ ରାଜୀବ ଲୋଚନ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଭାରତୀୟ ସନାତନୀ ପରିବାରର। ଏଥିରେ ସଙ୍ଗଠନର ସଭାପତି ବାଲାଜୀ ପଢାଲ୍, ଶ୍ରୀନିବାସ୍ ପାତ୍ର ଓ ସଦସ୍ୟବୃନ୍ଦ ମାଲକାନଗିରି ନଗରରେ ରାଜ ରାସ୍ତାକଡରେ ମାଛ ମାଂସ ଦୋକାନମାନ ଖୋଲା ବିକ୍ରି କରୁଛନ୍ତି। ପୌରପରିଷଦର ୨ଟି ସ୍ଥାନ ଆମିଷ ବିକ୍ରୟ ପାଇଁ ରହିଛି ତଥାପି ରାଜରାସ୍ତା କଡରେ, ବିଦ୍ୟାଳୟ ଯିବାରାସ୍ତାରେ ଓ ଦେବାଳୟ ନିକଟରେ ଆମିଷ ବିକ୍ରି କରାଯାଉଛି। ଫଳରେ ସ୍ଥାନଟି ଅପିଷ୍କାର ହେବାସହ ସାଧରଣ ଲୋକଙ୍କ ମନରେ ଜୀବେଦୟା ଭାବନା ପ୍ରତି କୁଠାରଘାତ ନେଇ ପ୍ରତିକ୍ରିୟା ରଖିଲେ ଵାଲାଜି ପଢ଼ାଲ।