ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଖଣ୍ଡୋକଟା ଠାରେ ତୈଳିକ ବୈଶ୍ୟ ସମାଜ ର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବାମଣ୍ଡା ଗଡ଼ଜାତ ଅଞ୍ଚଳର ବନ୍ଧାବର, ଛତାବର, ବାଙ୍କେ, ନୂଆଗାଁ ଓ ଖଣ୍ଡୋକଟା ଗ୍ରୁପ ର ଜାତି ଭାଇ ମାନଙ୍କୁ ନେଇ ସୋମବାର ସନ୍ଧ୍ୟା ପାଞ୍ଚ ଟାରେ ଆୟୋଜିତ ହୋଇଥିବା ଉକ୍ତ ବୈଠକ ରେ ସମାଜ ର ଉନ୍ନତି ସମେତ ସଙ୍ଗଠନ କୁ ସୁଦୃଢ କରିବା ପାଇଁ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏଥି ସହ ଶିକ୍ଷା, ସ୍ବାସ୍ଥ୍ୟ, ନିଶାନିବାରଣ ଓ ସମାଜ ର ବିଭିନ୍ନ ପରମ୍ପରା ଓ ସଂସ୍କୃତି ନେଇ ଏହି ବୈଠକ ରେ ବିଶେଷ ଆଲୋଚନା କରାଯାଇଥିଲା।