ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନାରେ ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେରଙ୍କ ନେତୃତ୍ୱରେ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଅପରାହ୍ନ ପ୍ରାୟ ୪ ଟା ରେଁ ପୁଲିସ ଏସଆଇ ଭବାନୀ ପ୍ରସାଦ ଲେଙ୍କା ଥାନା ସମ୍ମୁଖରେ ଉପସ୍ଥିତ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏକ ଶପଥ ପାଠ କରାଇଥିଲେ। ସେଥିରେ ନିଜ କର୍ମ କ୍ଷେତ୍ରରେ ଦୁର୍ନୀତି ନକରିବା, ନାଗରିକଙ୍କୁ ସର୍ବଦା ନିରନ୍ତର ସେବା ଯୋଗାଇବା, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଓ ଆଇନର ଶାସନକୁ ଅନୂପାଳନ ପାଳନ କରିବା, ଲାଞ୍ଚ ନେବା ନାହିଁ କି ଦେବା ନାହିଁ, ସମସ୍ତ ଦୟିତ୍ୱକୁ