ମଙ୍ଗଳବାର ଜୟପାଟଣା ବ୍ଲକ ଅଧିନସ୍ଥ ବଡକର୍ଲାକୋଟ ପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଳିତ ହେଇଯାଇଛି । ଶୁଣ୍ଢି ପଡା ସ୍ଥିତ ମାଁ ଛୋଟି ମାଉଲୀ ଦେବୀଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ସରପଂଚ ଚଂଚଳା ନାଏକ ମଶାଲ ଗ୍ରହଣ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପଂଚାୟତ କାର୍ଯ୍ୟାଳୟ ପରିସର ଉତ୍ସବ ମଂଚକୁ ଯାଇଥିଲେ। ସେଠାରେ ମଶାଲ ସ୍ଥାପନ କରିବା ସହ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଉଦଘାଟନ କରିଥିଲେ।