ଦେବଗଡ଼ ଜିଲ୍ଲା ତିଲେଇବଣି ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ତିଲେଇବଣି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସକାଳ ୧୦ ରୁ ସନ୍ଧ୍ୟା ପ୍ରାୟ ୬ ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତିଲେଇବଣି ଗୋଷ୍ଠୀ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ତିଳେଇବଣି ପଞ୍ଚାୟତ ସମିତି ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ନିଜର ସଫଳତାକୁ ରାଜ୍ୟ ସ୍ତର ପର୍ୟ୍ୟନ୍ତ ଜାରି ରଖିବା ନିମନ୍ତେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ।