ମହାନଗର ନିଗମ ଅନ୍ତର୍ଗତ ଟାଙ୍ଗରପାଲି ରେ ସଡ଼କ ଦୁର୍ଘଟଣା, ଦୁଇ ଗୁରୁତର ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଅତାବିରା ଅଞ୍ଚଳର ଦୁଇ ଜଣ ଯୁବକ ଘରକୁ ଫେରୁଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା l ଉଭୟ ଯୁବକ ଗୁରୁତର ଆହତ ହୋଇ ତଲେ ପଡ଼ିଥିଲେ l ତେବେ କିଛି ଲୋକ ତାଙ୍କୁ ଦେଖି 108 ଆମ୍ବୁଲାନ୍ସ କୁ ଫନ କରି ଜ଼ିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l ତେବେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ସେପଟେ ଘଟଣାର ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି l