ଆସନ୍ତା ୧୩ ରୁ ୧୫ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ପଶ୍ଚିମ ଓଡିଶା ଦିବ୍ୟ ଜୀବନ ସଂଘ, ସମନ୍ବୟ ସମିତି ତରଫରୁ ସମ୍ବଲପୁର ଶାଖାର ସୁବର୍ଣ ଜୟନ୍ତୀ ଅବସରରେ ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ତ୍ରିଦିବସୀୟ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦିବ୍ୟ ସମାରୋହରେ ଦିବ୍ୟ ଜୀବନ ସଂଘ ଆନ୍ତର୍ଜାତିକ ମୁଖ୍ୟ କାର୍ଯ୍ୟାଳୟ ଋଷିକେଶରୁ ପୂଜ୍ୟ ଶ୍ରୀ ସ୍ବାମୀ ନିର୍ଲିପ୍ତାନନ୍ଦ ସରସ୍ବତୀ, ଉପସଭାପତି ଏବଂ ପୂଜ୍ୟ ଶ୍ରୀ ସ୍ବାମୀ ଅଦୈତାନନ୍ଦ ସରସ୍ୱତୀ, ସାଧାରଣ ସଂପାଦକଙ୍କ ସମେତ ବହୁ ବରିଷ୍ଠ ସନ୍ଥ ସାଧକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପୂରୀ ଗଜପତି ମହ