ସମ୍ବଲପୁର ଜିଲା ଅବକାରୀ ବିଭାଗ ତରଫରୁ ବେଆଇନ ନିଶା କାରବାର ବିରୋଧରେ ଚାଲିଥିବା ଅଭିଯାନରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ବୁର୍ଲା ଅଞ୍ଚଳରେ ଚଢ଼ଉ କରାଯାଇଥିଲା । ଗାନ୍ଧୀପଡା ଅଞ୍ଚଳରେ ବେଆଇନ ଭାବରେ ନିଶା କାରବାର ଚାଲୁଥିବାର ଖବର ପାଇ ଚଢ଼ଉ ଅବକାରୀ ବିଭାଗ କହିଥିଲା । ଚଢ଼ଉ ସମୟରେ ଗାନ୍ଧୀପଡା ନିବାସୀ ରାଜା ନାଏକ (୨୫) ଓ ଗୌଡପଡା ନିବାସୀ କରମସାନୀ ଲୁହା (୨୨) ଙ୍କୁ ଧରିବା ସହିତ ସେମାନଙ୍କ ନିକଟରୁ ୯୦ଟି ନିଶା ଇଂଞ୍ଜେକ୍ସନ ଓ ୧୧୦ ବୋତଲ ନିଶା କଫ ସିରପ ମିଳିଥିଲା । ଏଣୁ ସମସ୍ତ ମାଦକ ଦ୍ରବ୍ୟ ଗୁଡିକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯ