ଦେବଗଡ ଥାନା ଟାଇଁସର ଗ୍ରାମରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ମହିଳା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଭାସ୍କର ବେହେରାଙ୍କ ସ୍ତ୍ରୀ ଗୋଦାବରୀ ବେହେରା ସେହି ଗ୍ରାମର ପାୟଲ ପ୍ରଧାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ପାୟଲ ଅସଭ୍ୟ ଭାଷାରେ ଗାଳିଗୁଳଜ କରିବା ସହିତ ଏକ ବାଡିରେ ମାଡ ମାରିଥିବା ନେଇ ଗୋଦାବରୀ ଅଭିଯୋଗ କରିଛନ୍ତି । ଏନେଇ ଦେବଗଡ ଥାନାରେ ବୁଧବାର ଏକ ମାମଲା ରୁଜୁ ହୋଇଥିବା ନେଇ ରାତି ୧୦ ଟାରେ ପୋଲିସ ଠାରୁ ସୂଚନା ମିଳିଛି ।