ରିଆମାଳ ବ୍ଲକ କଲ୍ୟାଣ ମଣ୍ଡପ ନିକଟରେ ଦ୍ୱିଦିବସୀୟ କବାଡି଼ ଟୁର୍ଣ୍ଣାମେଣ୍ଟ ରବିବାର ରାତି ପ୍ରାୟ ୮ ଟାରେ ଉଦଯାପିତ ହୋଇଯାଇଛି। ଦ-ବଏଜ କ୍ଲବ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଆମାଳ ଥାନା ସବଇନ୍ସପେକ୍ଟର ଧିବେଇ ଗଡ଼ନାୟକ, ସମାଜସେବୀ ତଥା ପୂର୍ବତନସମିତି ସଭ୍ୟ ଗାନ୍ଧି ଚରଣ ନାୟକ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଯୋଗ ଦେଇଥିଲେ।ଫାଇନାଲ ମ୍ୟାଚରେ ବାବରାକୋଟ ରାଜପୁତ ୱାରିୟର୍ସକୁ ଦର୍ଜିମୁଣ୍ଡା ଏମସି ଚିନୁ ୱାରିୟର୍ସ୍ ୪୮-୨୦ ପଏଣ୍ଟରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା।