ଆଞ୍ଚଳିକ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜିତ ୧୯ ତମ ଗିରି ଗୋବର୍ଦ୍ଧନ ପୂଜା ଝାରସୁଗୁଡା ବ୍ଲକ କୁଦୋପାଲି ପଞ୍ଚାୟତ ଅନ୍ତର୍ଗତ ଅଇଁଲାପାଲି ରେ ଅନୁଷ୍ଠିତ ହୋଇଛି l ଚଉଦ ଖଣ୍ଡ ପାଲିକୁ ନେଇ ଆୟୋଜିତ ଏହି ପୂଜା ଉପଲକ୍ଷେ ଗତକାଲି କଳସ ଶୋଭାଯାତ୍ରା ପୂଜାର୍ଚନାପରେ ଅଇଁଲାପାଲି ପୋଖରୀରୁ ବାହାରି ଯଜ୍ଞ ମଣ୍ଡପ କୁ ଆସିଥିଲା l ଆଜି ଗୁରୁବାର ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୫ ଟା ଯାଏଁ ଗୋବର୍ଦ୍ଧନ ପୂଜା, ଗୋ ପୂଜା , ବିଷ୍ଣୁ ସହସ୍ର ନାମ ପାଠ ସହିତ ହୋମ ଯଜ୍ଞ କରାଯାଇଥିଲା l ଯଜ୍ଞରେ କର୍ତ୍ତା ଭବାରେ ଗୋବିନ୍ଦ ବଗାର ଓ ବିମଳା ବଗାର ଦାୟିତ୍ୱ ତୁଲାଇ ଥିବାବେଳେ ପୂଜକ