ଉତ୍ତରା ପୋଲିସ ଷ୍ଟେସନ: ବିବାହର ପ୍ରତିଶୃତି ଦେଇ ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଠକିବା ଘଟଣା, ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଅଭିଯୋଗକାରିଣୀ ଜଣକ ବର୍ତ୍ତମାନ ମଞ୍ଚେଶ୍ଵର ଥାନା ଅଞ୍ଚଳରେ ରହୁଥିବା ବେଳେ, ଏକ ବେସରକାରୀ ସଂସ୍ଥାରେ ଚାକିରି କରନ୍ତି । ଚାକିରୀ କରିବା ପୂର୍ବରୁ ଅର୍ଥାତ ୨୦୨୦ ମସିହାରେ ଅଭିଯୁକ୍ତଙ୍କ ସହିତ ତାଙ୍କର ମ୍ୟାଟ୍ରିମୋନିଆଲ ସାଇଟ୍ ରୁ ଚିହ୍ନାପରିଚୟ ହୋଇଥିଲା । ପରେ ଉଭୟ ପରସ୍ପର ସହିତ ମୋବାଇଲ ମାଧ୍ୟମରେ ଯୋଗଯୋଗରେ ରହିଥିବା ବେଳେ ସମ୍ପର୍କ କ୍ରମଶଃ ନିବିଡ ହୋଇଥିଲା । ଭୁବନେଶ୍ବରରେ ଚାକିରି କରିବା ପରେ ଅଭିଯୋଗକାରିଣୀ ଧଉଳି ଥାନା ଅଧୀନରେ ଏକ ଘରଭଡା ନେଇ ରହିଥିଲେ । ପରେ ଅଭିଯୁକ୍ତ ଜଣକ ମଧ୍ୟ ତାଙ୍କ ସହିତ ଯାଇ ଉକ୍ତ ଭଡାଘରେ ଏକାଠି ରହିଥିଲେ ।