ବାଣପୁର: ନୂଆଗଡ ଠାରେ ବନ ସୁରକ୍ଷା ସମିତି ଗୃହର ଶୁଭ ଉଦ୍ଘାଟନ କଲେ ଆଇନ ମନ୍ତ୍ରୀ
ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ସ୍ଥିତ ବଡ଼କୂଳ ଗ୍ରାପ ଅନ୍ତର୍ଗତ ନୂଆଗଡ଼ ଠାରେ ବନ ସୁରକ୍ଷା ସମିତି ଗୃହକୁ ଶୁଭ ଉଦଘାଟନ କଲେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ପରିବେଶ ଶିକ୍ଷା, କୌଶଳ ବିକାଶ ଏବଂ ବନ ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ସ୍ଥାନୀୟ ସମୁଦାୟଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ସ୍ଥାପିତ ହୋଇଛି।ଏହି କାର୍ଯ୍ୟକ୍ରମ ଅବସରରେ ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ, ଚ଼ିଲିକା ବ୍ଲକ ବିଡ଼ିଓ ସୁଶ୍ରୀ ପୁନମ ମହାପାତ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।