ବାଣପୁର: ବାଣପୁର ଥାନା ଅଞ୍ଚଳର ଯୁବକଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ଭଞ୍ଜନଗର ଅଦାଲତ
ମା', ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ଆସିଷ୍ଟାଣ୍ଡ ସେକ୍ସନ ଜଜ ଦେବାଶିଷ ବିଷୋୟୀ ମାମଲାର ବିଚାର କରି ଅଭିଯୁକ୍ତ ରୂପ ନାରାୟଣ ଦଳବେହେରାଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ପକାଇଛନ୍ତି।ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ପେଣ୍ଡୁରାପଲ୍ଲୀର ରୂପ ନାରାୟଣ ଝୋଲାରି ଗ୍ରାମର ଅନିଲ ବିଷୋଇଙ୍କ ଘରେ ପଶି ତାଙ୍କ ଭାଉଜ ଓ ନାବାଳକ ପୁତୁରାକୁ ଏକ ଧାରୁଆ ଅସ୍ତ୍ରରେ ବେକକୁ କୌଣସି କାରଣରୁ ଆକ୍ରମଣ କରିଥିଲେ।