ନିଶା ମୁକ୍ତ ଭାରତ ପାଇଁ ସୁଦୂର ନେପାଳ ରୁ ପଲ୍ଲଵ ନାମକ ଜଣେ ଯୁବକ ଆଜି ରାତି 8ଟାରେ ହୀରାକୁଦରେ ଆସି ପହଞ୍ଚିଛନ୍ତି l ଯୁବକ ମାନେ କିପରି ନିଶା ରୁ ଦୂରରେ ରହିବେ ସେଥିପାଇଁ ପଲ୍ଲଵ ରାଜ୍ୟ ରାଜ୍ୟ ଜ଼ିଲ୍ଲା ଜ଼ିଲ୍ଲା ପଦଯାତ୍ରା ରେ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି l ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ ପରେ ଓଡିଶାକୁ ଆସିଛନ୍ତି l ଏପର୍ଯ୍ୟନ୍ତ 4 ହଜ଼ାର କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରି ସାରିଲେଣି l ଏହାପରେ ପଲ୍ଲଵ ବରଗଡ଼ ଦେଇ ଛତିଶଗଡ, ମଧ୍ୟପ୍ରଦେଶ ଦେଇ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି l