ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ଉପସ୍ଥିତ ରେ ପ୍ରତାପ ପୁର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ପଞ୍ଚାୟତ ର ଜନ ସାଧାରଣ ନିଜନିଜ ବ୍ୟକ୍ତିଗତ ସମସ୍ୟା ସହିତ ଅଞ୍ଚଳର ସମସ୍ୟା ନେଇ ବିଡ଼ିଓ ସରପଞ୍ଚ ସହିତ ବିଭାଗୀୟ ଅଧିକାରୀ ପାଖରେ ଅଭିଯୋଗ ପତ୍ର ଦାଖଲ କରିଥିଲେ।ଏହି ଶିବିରରେ ସରପଞ୍ଚ ଚନ୍ଦନ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ର ଏପିଇଓ ସାଥି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।