ବଡ଼ଗାଁ ପୋଲିସ ଆଜି ଆଲୁଡେଗା ଗ୍ରାମ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ମହୁଲି ମଦ ରନ୍ଧା ହେଉଥିବା ସୂଚନା ପାଇ ଚଢ଼ାଉ କରିଥିଲେ। ପୋଲିସ ସଦଳବଳ ଚଢ଼ାଉ କରି ଦୁଇ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିବା ସହ ୧୦ ଲିଟର ମହୁଲି ମଦ ଜବତ କରିଛି।ଏହା ସହ ପୋଲିସ ପଙ୍କଜିନ ମହାନନ୍ଦିଆ ଙ୍କୁ ଗିରଫ କରି ମଦ ବେପାର ନକରିବାକୁ ଚେତାବନୀ ଦେବା ସହ ନୋଟିସ ଦେଇ ଛାଡିଥିବା ସୂଚନା ମିଳିଛି। ବଡ଼ଗାଁ ଥାନା ଆଇଆଇସି ମହେନ୍ଦ୍ର ସାହୁ ଓ ଏଏସଆଇ ବିଜୟ କୁମାର କର ଏହି ଚଢ଼ାଉ କରିଥିଲେ।