ଯୁବଉଦୟନ ଅନୁଷ୍ଠାନ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ୨୮ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତା ଆଜି ଝାଡୁଆପଡା ଆରଣ୍ୟକ ମଞ୍ଚରେ ଉଦ୍ଘାଟିତ ହୋଇଯାଇଛି। ଯୁବଉଦୟନର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାର ଆୟୋଜିତ ଏହି ଉଦଘାଟନି ସଭାରେ ସ୍ଥାନୀୟ ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଥିଲେ l ଏହି ଅବସରରେ ଜଗଦାନନ୍ଦ ବେହେରାଙ୍କ ରଚିତ ଗବେଷଣାତ୍ମକ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା l ଏହାପରେ ସମ୍ବଲପୁରୀ ନାଟକ ପ୍ରଦର୍ଶିତ ହୋଇଥିଲା l