ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ହାଇସ୍କୁଲ ଠାରେ ଠାରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗୁରୁବାର ସନ୍ଧ୍ୟା ୫ ଟାରେ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ମାୟାଧର ମାନ ସିଙ୍ଗଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମି ରେଖା ସାହୁଙ୍କ ସଭାପତିତ୍ତ୍ୱରେ ଜଣାଶୁଣା ବିଶିଷ୍ଟ ସାହିତ୍ୟିକ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସାହିତ କରିଥିଲେ।