କୁଚିଣ୍ଡା ଉପଖଣ୍ଡ ସୁବର୍ଣ୍ଣପାଲି ପଞ୍ଚାୟତ ଅନ୍ତର୍ଗତ ସାଲେଭାଡ଼ି ଗ୍ରାମରେ ୭୧ତମ ସାର୍ବଜନୀନ ନାଗବାଚା ପୂଜା ଓ ବ୍ରତୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ରାତି ୧୦ ଟାରେ ଆୟୋଜିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ପୂଜା ନାଗ ଦେବତାଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ବିଷାକ୍ତ ସାପ ମାନଙ୍କ କୋପ ରୁ ନିଜକୁ ରକ୍ଷା କରିବା ପାଇଁ ପ୍ରାଚୀନ କାଳରୁ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇଆସୁଛି।