ସୋର ଥାନା ବାଗୁଡ଼ି ଖାଦାନ ଅଂଚଳରୁ ଦୁଇଟି ଚିପ୍ସ ବୋଝେଇ ଡମ୍ପରକୁ ବାଲେଶ୍ୱର ସଦର ଏସଡିପିଓ ଜବତ କରିଥିବା ବେଳେ ପରିବହନ ବିଭାଗ ତରଫରୁ ଉକ୍ତ ଦୁଇଟି ଗାଡ଼ିରୁ ଫାଇନ ଆଦାୟ କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ବାଲେଶ୍ୱର ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ରଙ୍କ ସହିତ ଗୁରୁବାର ରାତିରେ ବାଗୁଡ଼ି ଖାଦାନକୁ ପୁଲିସ ବ୍ୟବସ୍ଥାକୁ ତଦାରଖ କରିବାକୁ ଯାଇଥିଲେ। ଏହି ସମୟରେ ଦୁଇଟି ଚିପ୍ସ ବୋଝେଇ ଡମ୍ପର ଓଭରଲୋଡିଂ କରି ଆସୁଥିବା ଜାଣିପାରି ଡମ୍ପର ଦୁଇଟିକୁ ଜବତ କରି ଥାନା ପରିସରରେ ରଖି ଜିଲ୍ଲା ପରିବହନ ବିଭାଗକୁ ଖବର ଦେଇଥିଲେ।