ଯାଜପୁର: ଘାଇର ସ୍ଥାୟୀ ସମାଧାନ ନିମନ୍ତେ ସିମିଳିଆ ବିକାଶ ମଞ୍ଚ ପକ୍ଷରୁ ସିମିଳିଆ- ବୁଢ଼ାଘାଟ ରାସ୍ତା ରୋକ କରିବା ସହିତ ବିକ୍ଷୋଭ
ଘାଇର ସ୍ଥାୟୀ ସମାଧାନ ନିମନ୍ତେ ସିମିଳିଆ ବିକାଶ ମଞ୍ଚ ପକ୍ଷରୁ ସିମିଳିଆ- ବୁଢ଼ାଘାଟ ରାସ୍ତା ରୋକ କରିବା ସହିତ ବିକ୍ଷୋଭ କରାଯାଇଛି l ସୂଚନା ଅନୁଯାୟୀ ଗତ 2018 ମସିହାରେ ଏହି ସ୍ଥାନରେ ଏକ ଘାଇ ସୃଷ୍ଟି ହେଇଥିଲା l ଯାହାଫଳରେ ଏହି ବାଟ ଦେଇ ଯାତାୟାତ ବ୍ରାଧାପ୍ରାପ୍ତ ହେଉଛି l ଏହି ସ୍ଥାନରେ ଘାଇ ସୃଷ୍ଟି ହେବା ହେତୁ ଗତ 2023 ମସିହାରେ ଏହି ଘାଇରେ ଜଣେ ବ୍ୟକ୍ତି ଭାସିଯିବା ହେତୁ ମୃତ୍ୟୁ ବରଣ କରିଥିଲେ l ତେବେ ଏହି ଘାଇର ମରାମତି କରିବା ସହିତ ରାସ୍ତାର ନିର୍ମାଣ ପାଇଁ ଅନେକ ସମୟରେ ଦାବି ହେଲେବି କୌଣସି ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି l