ଏରସମା: ପାଳଧୁଆ ବନ୍ଧ ନିକଟରେ ପୋଲିସ ଗାଡ଼ି ଧକ୍କାରେ ବୃଦ୍ଧା ମାଆ ଓ ଗର୍ଭବତୀ ଝିଅ ଆହତ, ବାଲିକୁଦା ମେଡିକାଲରେ ଭର୍ତ୍ତି
ବୁଧବାର ସକାଳୁ ପାଳଧୁଆ ବନ୍ଧ ନିକଟରେ ପୋଲିସ ଗାଡ଼ି ଧକ୍କାରେ ବୃଦ୍ଧା ମାଆ ଓ ଗର୍ଭବତୀ ଝିଅ ଆହତ ହୋଇଛନ୍ତି । ଆହତ ୨ ଜଣ ହେଲେ ବସନ୍ତ ଗ୍ରାମର ପ୍ରିୟଙ୍କା ସେଠି(୩୦) ଓ ତାଙ୍କ ମା' ଶଶୀରେଖା ସେଠି(୬୫) । ପୋଲିସ ଗାଡ଼ି ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପଳାଇଥିଲା । ମାଆ-ଝିଅଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଲିକୁଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଛି ।