ସଦର: ଧୀମାନ ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି
ଧୀମାନ ସୋମନାଥ ନାଏକ ହେଲେ ବହୁଜନ ସମାଜ ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି l ଆଜି ବହୁଜନ ସମାଜ ପାର୍ଟି ଓଡିଶା ରାଜ୍ୟ କାର୍ଯ୍ୟଳୟ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଧିମାନ ସରୋଜ କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଡ଼ଃ. ଲାଲଜୀ ମେଧାନକର ଜି କେନ୍ଦ୍ରୀୟ ସଂଯୋଜକ ଯୋଗ ଦେଇଥିବା ବେଳେ, ସମ୍ମାନୀତ ଅତିଥି ଭାବେ ଓଡ଼ିଶା ରାଜ୍ୟ ସଂଯୋଜକ ଧୀମାନ ସୁଧୀର କୁମାର ନାୟକ,ଉପ-ସଭାପତି ଧୀମାନ ବିଭୂତି ମାଝୀ ଯୋଗ ଦେଇଥିଲେ । ରାଜ୍ୟ ସାଧାରଣ ସଂପାଦକ ଧୀମାନ ମଧୁ ସୁଦନ ଯାଦବ ସଭା ପରିଚାଳନା କରିଥିଲେ