ସୋର ଥାନା ତଳନଗର ନିକଟସ୍ଥ ୨ଟି ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସୋର ଥାନା ସବିରା ଗ୍ରାମର ମାଧବ ଚନ୍ଦ୍ର ନାୟକ ତଳନଗର ନିକଟରେ ଥିବା ଷ୍ଟାର ହୋଟେଲ ନିକଟରେ ଏକ କଫିସପ କରି ପରିବାର ପ୍ରତିପୋଷଣ କରନ୍ତି। ପ୍ରତିଦିନ ଭଳି ଗତକାଲି ରାତିରେ ଦୋକନ ବନ୍ଦ କରି ଘରକୁ ଯାଇଥିବା ବେଳେ ଅଜି ସକାଳେ ଦୋକାନ ଖୋଲିବା ସମୟରେ କିଛି ଦୁର୍ବୁର୍ତ୍ତ ଦୋକନ ପଛପଟ କାନ୍ଥକୁ ଭାଙ୍ଗି ଦୋକାନରେ ଥିବା ୪୫ ହଜାର ଟଙ୍କାର ଦାମୀ ଚକଲେଟ ସିଗାରେଟ ଓ ଅନ୍ୟସାମଗ୍ରୀ ସମେତ କେସଡ୍ରରେ ଥିବା ନଗଦ ୨୦ ହଜାର ୫ଶହ ଟଙ୍କା ଚୋରି କରିଥିବା ଜାଣିବାକୁ ପାଇ ଥିଲେ।