ଅତାବିରା: ବାବେବିରା ହାଇସ୍କୁଲରେ ବନ ମହୋତ୍ସବ
ଅତାବିରା, ୧୭/୯: ଅତାବିରା ବ୍ଲକ ବାବେବିରା ହାଇସ୍କୁଲରେ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅମୀୟ ରଣା, ଅମୀର ମହାନନ୍ଦ, କ୍ରିଞ୍ଜାଳ ବିଶ୍ୱାଳ, ପ୍ରବନ୍ଧ ପ୍ରତିଯୋଗିତାରେ ଭୈରବ ମହାନନ୍ଦ, ଶିବମ ଗୁରୁ, ରାହୁଲ ଭୁଏ ଯଥାକ୍ରମେ ପ୍ରଥମରୁ ତୃତୀୟ ହୋଇଥିଲେ। ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ପ୍ରକୃତି ବନ୍ଧୁ ଅମୃତ ବାରିକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସରପଞ୍ଚ ହେମନନ୍ଦ ସେଠ ମୁଖ୍ୟ ଅତିଥି, ପଂଚାୟତ ସମ୍ପ୍ରସାରଣ ଅଧିକାରୀ ବୁଦ୍ଧଦେବ ବେହେରା ଯୋଗଦେଇଥିଲେ