ଟିଟିଲାଗଡ: ଟିଟିଲାଗଡ଼ରେ ଟିକିଏ ଲଗାଣ ବର୍ଷାରେ ୱାର୍ଡ ନମ୍ବର ୧୪ ଆମ୍ବ ବନ୍ଧ ପଡ଼ାର ରାସ୍ତା ଉପରେ ଯାଉଚି ପାଣି - ଭିଡିଓ ଭାଇରାଲ, ବିକାଶ ହେଉଛି କିପରି ?
ଟିଟିଲାଗଡ଼ ସହରର ବିଭିନ୍ନ ୱାର୍ଡ ମାନଙ୍କରେ ପୌର ପରିଷଦ ପକ୍ଷରୁ ସଫେଇ କରାଯାଉଛି। ତେବେ ଆଜି ସନ୍ଧ୍ୟା ୫ ଟା ସମୟରେ କିଛି ସମୟ ପାଇଁ ବର୍ଷା ହେବା ଯୋଗୁଁ ୱାର୍ଡ ନମ୍ବର ୧୪ ଆମ୍ବ ବନ୍ଧ ପଡ଼ାର ଯିବା ଆସିବା ରାସ୍ତା ସମ୍ପୂର୍ଣ୍ଣ ଜଳ ମଗ୍ନ ହୋଇ ଯାଇଛି। ପଡ଼ାବାସି ପ୍ରଶ୍ନ କରୁଛନ୍ତି ଯେ ବିକାଶ କାମ କିପରି ହେଉଛି ଦେଖନ୍ତୁ ବୋଲି ? ତେବେ ରାସ୍ତା ଉପରେ ଯାଉଚି ଅସନା ପାଣି, ନାଳ ଜାମ ଥିବା ଯୋଗୁଁ ନାଳ ଭିତରେ ପାଣି ନ ଯାଇ ବର୍ଷା ପାଣି ରାସ୍ତା ଉପରେ ବୋହିବା ସହ ଦୁର୍ଗନ୍ଧ ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି।