କୋରାପୁଟ ସହର: ରାଉତଗୁଡା ଛକରେ ବାଇକ ଦୁର୍ଘଟଣାରେ ତିନି ଗୁରୁତର l
ରାଉତଗୁଡା ଛକରେ ବାଇକ ଦୁର୍ଘଟଣାରେ ତିନି ଗୁରୁତର l ସମସ୍ତ ଗୁରୁତରଙ୍କୁ ଜୟପୁର ସ୍ଥାନାନ୍ତର l ଶନିବାର ରାତି ୯ ଟା ସମୟରେ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ରାଉତଗୁଡା ଛକରେ ଏଭଳି ଅଘଟନ ଘଟିଛି l ସୂଚନା ଅନୁଯାଇ, ଗୋଟିଏ ବାଇକରେ ଧମୁର୍ଯ୍ୟୟ ଜାଲା ଏବଂ ନାରାୟଣ ତନ୍ତୀ ପାଲିଗୁଡା ଠାରୁ ବୋଦାପୁଟ ଅଭିମୁଖେ ଯାଉଥିବା ବେଳେ ରାଉତ ଗୁଡା ଛକରେ ଶୌଚ ପାଇଁ ଚାଲିଚାଲି ଯାଉଥିବା ମିଥୁନ ଜେନାଙ୍କୁ ପଛ ପଟୁ ବାଇକ ଧକ୍କା ଦେଇଥିଲା l ଏଥିରେ ତିନି ଗୁରୁତର ହେବାରୁ ସମାନଙ୍କୁ ପ୍ରଥମେ ବୈପାରୀଗୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରେ ଜୟପୁର ପଠାଗଲା