ନିମାପଡା: ଗୋପ ଥାନା ମଦରଙ୍ଗ ବଜାରରେ ଜଣେ ବ୍ୟକ୍ତିଙ୍କ ଦୋକାନ ଘରକୁ ଜେସିବି ମେସିନ୍ ଦ୍ୱାରା ଭାଙ୍ଗିବା ଅଭିଯୋଗ, ପୋଲିସର ତଦନ୍ତ ଜାରି
Nimapada, Puri | Sep 15, 2025 ଗତକାଲି ରାତି ୩ଟାରେ ଗୋପ ଥାନା ଅନ୍ତର୍ଗତ ମଦରଙ୍ଗ ବଜାରରେ ବନ୍ତଳୀ ଗ୍ରାମର ଜଟାଧାରୀ ସାହୁଙ୍କ ଦୋକାନ ଘରକୁ ମଦରଙ୍ଗ ବଜାରର କେଦାର ରାଉତ ଏକ ଜେସିବି ମେସିନ୍ ଲଗାଇ ଭାଙ୍ଗି ଦେଇଥିଲେ। ଏନେଇ ଆଜି ପୂର୍ବାହ୍ନ ୯ଟାରେ ଜଟାଧାରୀଙ୍କ ପୁଅ ଅନାଦି ସାହୁ ଗୋପ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରିବା ସହ ଆସାମୀ କେଦାରକୁ ଥାନାକୁ ଆଣି ଅଟକ ରଖିଛି।