ମାଲକାନଗିରି: ବାଲିମେଳା ସ୍ଥିତ ଡ୍ରଗଲାଇନ ରେ ହରଗୌରୀ ପୂଜା ନିମନ୍ତେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜିତ
ମାଲକାନଗିରି ଜିଲ୍ଲା ବାଲିମେଳା ସହରର ଡ୍ରଗ ଲାଇନ ଠାରେ ହରଗୌରୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହି ଅବସରରେ ପୂଜା କମିଟି ପକ୍ଷରୁ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ବାଣୀଶ୍ରୀ କଳାନିକେତନ ଏହି ଭଜନ ସନ୍ଧ୍ୟା ପରିବେଷଣ କରିଥିବା ବେଳେ ଏହାକୁ ଦେଖିବା ନିମନ୍ତେ ବହୁ ଦର୍ଶକ ଉପସ୍ଥିତ ଥିଲେ। ତେବେ ଏହି ହରଗୌରୀ ପୂଜା ଆଜକୁ ଦୀର୍ଘ ୪୯ ବର୍ଷ ହେବ ହୋଇ ଆସୁଛି ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ସୁନ୍ଦର ଆଲୋକମାଳାରେ ପୂଜା ମଣ୍ଡପ ସଜା ଯାଇଥିବା ବେଳେ ବହୁ ଶ୍ରଦ୍ଧାଳୁ ଙ୍କର ଆଜି ସାମଗମ ହୋଇଥିଲା। ଏଥି ସମେତ ସନ୍ଧ୍ୟା ୮ଟା ସମୟରେ କମିଟି ପକ୍ଷରୁ ଭୋଗ ବଣ୍ଟନ