ଅନୁଗୋଳ ଜିଲ୍ଲା ବଅଁରପାଳ ନିକଟ ଖଳିବେରେଣାନିକଟରେ ଗୁରୁବାର ସନ୍ଧ୍ୟାରେ ହାତୀ ପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଦେଖା ଦେଇଛି। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ବିଫଳ ହେଉଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ହାତୀ ପଲ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀ ମାନେ ଚିନ୍ତାରେ ଅଛନ୍ତି।