ମନରେଗା ରୁ ମହାତ୍ମା ଗାନ୍ଧି ଙ୍କ ନାମ ହଟାଇବା ଓ ବିଭି ଜି ରାମ ଜି ବିଲ ପ୍ରତ୍ୟାହାର ଦାବି ରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ରେ ଆଜି ଦିନ ୧୨ ଟା ସମୟରେ କଂଗ୍ରେସ ର ଏକ ଦିନିଆ ଉପବାସ ବା ସାଙ୍କେତିକ କାର୍ଯ୍ୟକ୍ରମରେ କଂଗ୍ରେସ ଗଞ୍ଜାମ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗ ଦେଇ ଅନଶନ ରେ ବସିଥିଲେ । ବିଭି ଜି ରାମ ଜି ବିଲ ପ୍ରତ୍ୟାହାର ନହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବିଧାୟକ ରମେଶ ଜେନା ।