କୋଦଳା: ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ୩ ଜଣ ମଦ୍ୟପ ଚାଳକ ଅଟକ ସହ ବାଇକକୁ ଜବତ କଲା ପୋଲିସ
Kodala, Ganjam | Nov 3, 2024 କୋଦଳା ଥାନା ପୋଲିସ ରବିବାର କୋଦଳା ବସ ଷ୍ଟାଣ୍ଡ ନିକଟରୁ ତିନି ଜଣ ମଦ୍ୟପ ଚାଳକଙ୍କୁ ଅଟକ ସହ ତିନୋଟି ଟି ବାଇକ କୁ ଜବତ କରିଛି । ମଦ୍ୟପ ଚାଳକ ହେଲେ ଏହି ଥାନା ଅନ୍ତର୍ଗତ ନାରାୟଣ ସାହି ର ଭୁବନେଶ୍ୱର ଶତପଥିଙ୍କ ପୁଅ ବିଷ୍ଣୁ ପ୍ରସାଦ ଶତପଥି , ଫାଶୀ ଗ୍ରାମର ଲକ୍ଷ୍ମଣ ମହାରଣା ଙ୍କ ପୁଅ ଆନନ୍ଦ ମହାରଣା ଓ ଗେଞ୍ଜରାପଲ୍ଲୀ ଗ୍ରାମର ନୀଳକଣ୍ଠ ରଥ ଙ୍କ ପୁଅ ଶୁଭମ ରଥ । କୋଦଳା ରାସ୍ତାରେ ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ମଦ ପିଇ ଥିବା ଜଣାପଡିବା ପରେ ସମସ୍ତଙ୍କୁ ଅଟକ ସହ ତିନିଟି ବାଇକକୁ ଜବତ କରି ଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।