ମାହାଙ୍ଗା: ଭଦ୍ରେଶ୍ୱର ପୋଲିସ ପକ୍ଷରୁ ଉମର ଠାରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ
ଭଦ୍ରେଶ୍ୱର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଉମର ଠାରେ ଶନିବାର ଅନୁଷ୍ଠିତ ହୋଇଛି। ଭଦ୍ରେଶ୍ୱର ଥାନା ଅଧିକାରୀ କାବୁଲି ବାରିକଙ୍କ ନେତୃତ୍ୱରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପ୍ରଧାନ ଏଥିରେ ସାମିଲ ଥିଲେ। ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସମ୍ବେଦନଶୀଳ ଜାଗା ମାନଙ୍କରେ କିପରି ଶାନ୍ତି ଶୃଙ୍ଖଳା ଭାବେ ନିର୍ବାଚନ ହୋଇ ପାରିବ ସେଥିପାଇଁ ଭଦ୍ରେଶ୍ୱର ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି।