ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଧିରମୁଣ୍ଡା ଗ୍ରାମର ଚାରିଘରିଆ ସାହିରେ ବୋହୂର ଠେଙ୍ଗା ମାଡରେ ଶ୍ୱଶୁରଙ୍କ ମୁଣ୍ଡ ଫାଟିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଶ୍ୱଶୁର ମଧ୍ୟ ବୋହୂଙ୍କୁ ମାଡ ମାରିଥିବା ନେଇ ପାଲଟା ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ ପାରିବାରିକ କଳହକୁ କେନ୍ଦ୍ର କରି ରଞ୍ଜନ ଘଡେଇଙ୍କ ସ୍ତ୍ରୀ ବବିତା ଘଡେଇ ତାଙ୍କ ଶ୍ୱଶୁର ତ୍ରିନାଥ ଘଡେଇଙ୍କୁ ଏକ ଠେଙ୍ଗା ଯୋଗେ ମାଡ ମାରିଥିଲେ । ଫଳରେ ତ୍ରିନାଥଙ୍କ ମୁଣ୍ଡ ଫାଟିଯିବା ସହିତ ରକ୍ତସ୍ରାବ ହୋଇଥିଲା ।