ବରଗଡ଼ରେ ବେଶ ଧୁମଧାମରେ ପାଳିତ ହେଲା ଦୀପାବଳି | ସୋମବାର ସନ୍ଧ୍ୟା 7 ଘଣ୍ଟା ସମୟରେ ବରଗଡ଼ ସହରର ସମସ୍ତ ଏରିଆରେ ଦୀପାବଳି ବେଶ ଧୁମ ଧାମରେ ପାଳନ କରାଯାଇଛି | ଛୋଟରୁ ବଡ଼ ସମସ୍ତେ ଦୀପାବଳିରେ ସାମିଲ ହୋଇ ଫୋଟକା ଫଟାଇବା ସହ ବେଶ ଉତ୍ସାହରେ ପାଳନ କରିଥିଲେ | ଚଳିତ ବର୍ଷ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଦୀପାବଳି ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଜଣାଇଛି | ଧର୍ମ ର ଜୟ ଓ ଅଧର୍ମର ପରାଜୟ ଏହି ବାର୍ତ୍ତା ନେଇ ପବିତ୍ର ଦୀପାବଳି ପାଳନ କରାଯାଇଥାଏ ।