ବୀରମିତ୍ରପୁର: ଅଙ୍କୁରପାଲି ଗ୍ରାମପଞ୍ଚାୟତ ପରିସରରେ ଆଦି କର୍ମଯୋଗୀ ଅଭିଯାନ ଅନୁଷ୍ଠିତ।
ଅଙ୍କୁରପାଲି ଗ୍ରାମପଞ୍ଚାୟତ ପରିସରରେ ଆଦି କର୍ମଯୋଗୀ ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଙ୍କୁରପାଲି ଗ୍ରାମପଞ୍ଚାୟତର ସରପଞ୍ଚ ସୁଶୀଲ କୁମାର ଟୋପ୍ପୋ, ନୂଆଗାଁ ଜିଲ୍ଲା ପରିଷଦ ସଭ୍ୟା 'କ'ର ଜ୍ୟୋତି ଦଲରସା ଟେଟେ,ପିଇଓ ପଦ୍ମାବତୀ ସିଂହ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ।ଏଥିରେ ଜିଲ୍ଲା ପରିଷଦ ସଭ୍ୟା 'କ' ଜ୍ୟୋତି ଦଲରସା ଟେଟେ ସରକାରଙ୍କ ଯୋଜୋନଗୁଡ଼ିକ ଉପରେ ଓ ଆଦର୍ଶ ଗାଁ କିପରି ହେବ ଏ ବିଷୟରେ ପଙ୍ଖାନୁପୁଙ୍ଖଭାବେ ସ୍ଥାନୀୟ ଗ୍ରାମବାସୀଙ୍କୁ ବୁଝାଇଥିଲେ।