ଯାଜପୁର: ବିଂଝାରପୁର ବିଧାୟିକାଙ୍କ ନାଁରେ ସାମାଜିକ ଗଣମାଧ୍ୟରେ ଅଶାଳୀନ ମନ୍ତବ୍ୟକୁ ନେଇ ବିଂଝାରପୁର ଥାନାର ଦ୍ୱାରସ୍ତ ହେଲେ ମହିଳା ବିଜେଡି
ବିଂଝାରପୁର ବିଧାୟିକାଙ୍କ ନାଁରେ ସାମାଜିକ ଗଣମାଧ୍ୟରେ ଅଶାଳୀନ ମନ୍ତବ୍ୟକୁ ନେଇ ବିଂଝାରପୁର ଥାନାର ଦ୍ୱାରସ୍ତ ହେଲେ ମହିଳା ବିଜେଡି l ଗତ କିଛିଦିନ ତଳରେ ବିଂଝାରପୁର ଅଂଚଳର ଜନୈକ ବ୍ୟକ୍ତି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ସହିତ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି l ଏହି ଘଟଣାକୁ ନେଇ ବିଜେଡି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି l ତେବେ ଏହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ମହିଳା ବିଜେଡି କର୍ମକର୍ତ୍ତା ଓ କର୍ମୀ ବିଂଝାରପୁର ଥାନାର ଦ୍ୱାରସ୍ଥ ହେଇଛନ୍ତି l