ଗଭୀର ନଳକୂପରେ ୨ ବର୍ଷ ହେଲାଣି ହୋଇଛି ବିଦ୍ୟୁତ ସଂଯୋଗ, ହେଲେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଲାଗିନି ମିଟର, ସରକାର ଚାଷୀ ଓ ଚାଷ ପାଇଁ ମାଳମାଳ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ସରକାରଙ୍କ ସମସ୍ତ ଯୋଜନା ଚାଷୀଙ୍କ କ୍ଷେତ୍ରରେ ଏକ ପ୍ରକାର ପ୍ରହସନ ପାଲଟିଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ,କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ଅନ୍ତର୍ଗତ ଗୁରୁଦାସ ପୁର ଗ୍ରାମର ୬ଜଣ ଚାଷୀ ୨୦୧୯ ମସିହାରେ ବିଜୁ କୃଷକ ବିକାଶ ଯୋଜନାରେ ୨୦ହଜାର ଟଙ୍କା ଅଗ୍ରୀମ ଦେଇ ନିଜ ଚାଷ ଜମି ମାନଙ୍କରେ ଗଭୀର ନଳକୂପ ଖନନ କରିଥିଲେ । ୨୦୨୪ମସିହାରେ ଉକ୍ତ ନଳକୂପରେ ବିଦ୍ୟୁତ ସଂଯୋଗ ସହ ମୋଟର ମଧ୍ୟ ଦିଆ ଯାଇଥିଲା | ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ବିଭାଗ ପକ୍ଷରୁଉକ୍ତ ସ୍ଥାନରେ ମିଟର ଲଗାଯାଇ ନାହିଁ |